ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ପ୍ରତିଷ୍ଠା ତଥା ବିକାଶ ସାଧନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ଵାରା ଜିଲ୍ଲା ସ୍ତରରେ ଜିଲ୍ଳା ଶିଳ୍ପ କେନ୍ଦ୍ର ସ୍ଥାପନ କରାଯାଇଅଛି । ନିମ୍ନରେ ଏହାର ଭୂମିକା ଦର୍ଶାଯାଇଛି ।

୧ ଶିଳ୍ପ ସଚେତନତା ଶିବିର ମାଧ୍ୟମରେ ଶିଳ୍ପୋଦ୍ୟୋଗୀମାନଙ୍କୁ ଚିହ୍ନଟ ।
୨ ଜିଲ୍ଲାରେ ସମ୍ଭାଭ୍ୟ ଆନୁଷଙ୍ଗିକ ଓ ଚାହିଦା ଭିତ୍ତିକ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରଶିକ୍ଷଣ ପ୍ରଦାନ ।
୩ ଉତ୍ସାହୀ ଉଦ୍ୟୋଗୀ ମାନଙ୍କୁ ପ୍ରକଳ୍ପ ବା ଉଦ୍ୟୋଗ ମନୋନୟନରେ ସାହାଯ୍ୟ ।
୪ ଅସ୍ଥାୟୀ / ସାମୟୀକ ପ୍ରମାଣପତ୍ର ( EIN) ଓ ଉତ୍ପାଦନ ପ୍ରମାଣପତ୍ର (PC) ପ୍ରଦାନ ( online www॰ msmeodisha॰gov॰ in)
୫ ଉଦ୍ୟୋଗୀମାନଙ୍କୁ ମିଆଦି ଋଣ ( Term loan) ଏବଂ କାର୍ଯ୍ୟକାରି ପୁଞ୍ଜି ( working Capital Loan) ମଞ୍ଜୁରୀ ପାଇଁ ବ୍ୟାଙ୍କ ଏବଂ ଅର୍ଥ ଲଗାଣ କାରୀ ସଂସ୍ଥାକୁ ସୁପାରିଶ ।
୬ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଓ ସେଥିପାଇଁ ଦରକାରୀ ଯନ୍ତ୍ରପାତି ବାଛିବା ଏବଂ ସ୍ଥାପନରେ ସହାୟତା
୭ ଉଦ୍ୟୋଗ ପାଇଁ ଆବଶ୍ୟକୀୟ କଞ୍ଚାମାଲର ଅଟକଲ ଏବଂ ଆବଶ୍ୟକ ପଡିଲେ ସମ୍ପୃକ୍ତ ସଂସ୍ଥାମାନଙ୍କୁ କଞ୍ଚାମାଲ ଯୋଗାଣ ପାଇଁ ସୁପାରିଶ ।
୮ ସରକାରଙ୍କ ଦ୍ଵାରା ଘୋଷିତ ଶିଳ୍ପନୀତି ( IPR, MSMED policy & OFPP) ଅନୁଯାୟୀ ସୁବିଧା ସୁଯୋଗ ପ୍ରଦାନ ଓ ସେଥିପାଇଁ ସୁପାରିଶ ।
୯ ଜିଲ୍ଲାରେ ଥିବା ବୃହତ୍ତ ଶିଳ୍ପମାନଙ୍କ ଚାହିଦା ଓ ଉତ୍ପାଦନ ଭିତ୍ତିକ ସୁକ୍ଷ୍ମ ତଥା କ୍ଷୁଦ୍ରଶିଳ୍ପ ( Ancillary & Downstream) ପ୍ରତିଷ୍ଠା ନିମନ୍ତେ ପ୍ରୋସାହନ ।
୧୦ ଇଞ୍ଜିନିୟରିଂ ଓ ଫ୍ଲାଇ ଆସ ବ୍ରିକ କ୍ଲଷ୍ଟରର ପ୍ରତିଷ୍ଠା ଓ ସହାୟତା ।
୧୧ ପ୍ରତି ମାସ ( DLFC) ମିଟିଙ୍ଗରେ ଉଦ୍ୟୋଗୀମାନଙ୍କର ଅଭିଯୋଗର ଶୁଣାଣି ,ଉଦ୍ୟୋଗ ସ୍ଥାପନ ପାଇଁ ପରାମର୍ଶ ଦିଆଯାଏ ଏବଂ ପ୍ରତି ମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ DSWCA(District Single Window Clearance Authority) ମିଟିଙ୍ଗରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଅନୁମୋଦନ ଦିଆଯାଏ। (www.invest.odisha.gov.in)
୧୨ ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତଶିଳ୍ପ କାରୀଗର ( ଶିଳ୍ପୀ ) ମାନଙ୍କୁ ଭିନ୍ନ ଭିନ୍ନ ଯୋଜନାରେ ସହାୟତା ଦିଆଯାଏ ।

ଜିଲ୍ଲା ଶିଳ୍ପ କେନ୍ଦ୍ର, ଅନୁଗୋଳ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ  ଯୋଜନା

୧ ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME)ପ୍ରତିଷ୍ଠା:-
* ଯନ୍ତ୍ରପାତିର ମୂଲ୍ୟ :- ୧୦ କୋଟି ଟଙ୍କା (ପ୍ରକଳ୍ପ ମୂଲ୍ୟ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ )
* ସୁବିଧା ସୁଯୋଗ :- ସରକାରଙ୍କ ଦ୍ୱାରା ଘୋଷିତ ଶିଳ୍ପନୀତି (IPR-2015,MSMED Policy-2016 & ଓ OFPP-2016 ଅନୁଯାୟୀ)
* ସହାୟତା :- ଯନ୍ତ୍ରାଂଶ ପୁଞ୍ଜିର ରିହାତି ଓ ପ୍ରକଳ୍ପ ପଞ୍ଜୀକରଣ , ରୂଣ ସୁପାରିଶ ,ବିକ୍ରୀବଟା ସାହାଯ୍ୟ, ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ଓ ଭିତ୍ତିଭୂମି ସହାୟତା ଇତ୍ୟାଦି ।
* ଏତତ ବ୍ୟତିତ ଖାଦ୍ୟ ପକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ଯନ୍ତ୍ରାଂଶ ପୁଞ୍ଜି ବିନିଯୋଗ ଉପରେ ସର୍ବନିମ୍ନ ୨୫% ରିହାତି (ସର୍ବାଧିକ ୩ କୋଟି ଟଙ୍କା ) ପ୍ରଦାନ ।

୨ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ (PMEGP):-
* ପ୍ରକଳ୍ପ :- ଉତ୍ପାଦନକ୍ଷମ ଶିଳ୍ପ ଓ ସେବା ଭିତ୍ତିକ ଶିଳ୍ପ
* ପ୍ରକଳ୍ପ ମୂଲ୍ୟ :- ସର୍ବାଧିକ ୨୫ ଲକ୍ଷ ଟଙ୍କା (ଉତ୍ପାଦନକ୍ଷମ ଶିଳ୍ପ)
ସର୍ବାଧିକ ୧୦ ଲକ୍ଷ ଟଙ୍କା (ସେବା ଭିତ୍ତିକ ଶିଳ୍ପ)
* ହିତାଧିକାରୀ :- ବ୍ୟକ୍ତିବିଶେଷ/ସ୍ଵୟଂ ସହାୟତା ଗୋଷ୍ଠୀ/ଉତ୍ପାଦନକ୍ଷମ ସମବାୟ ସମିତି ଇତ୍ୟାଦି ।
* ବୟସ ସୀମା :- ୧୮ବର୍ଷରୁ ଊର୍ଦ୍ଧ୍ଵ
* ଶିକ୍ଷାଗତ ଯୋଗ୍ୟତା :- ଅନୁନ୍ୟ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ (କେବଳ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଉତ୍ପାଦନକ୍ଷମ ଶିଳ୍ପ ପାଇଁ ଓ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ସେବା ଭିତ୍ତିକ ଶିଳ୍ପ ପାଇଁ )
ଅନୁଦାନ :- ଶ୍ରେଣୀ ସାହରାଞ୍ଚଳ ଗ୍ରାମାଞ୍ଚଳ
(କ) ସାଧାରଣ ବର୍ଗ ୧୫% ୨୫%
(ଖ) ସ୍ଵତନ୍ତ୍ର ବର୍ଗ ୨୫% ୩୫%
(ଅନୁସୂଚିତ ଜାତି / ଉପଜାତି , ମହିଳା, ଦିବ୍ୟାଙ୍ଗ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ ) ଏହି ଯୋଜନା ରେ କେବଳ online ରେ ଦରଖାସ୍ତ ଗ୍ରହଣ କରାଯାଏ ( www॰kviconline॰gov॰in)

୩ ହସ୍ତଶିଳ୍ପୀ ଥଇଥାନ ଯୋଜନା / ଶିଳ୍ପୀ ଉନ୍ନତି ଯୋଜନା :-
• ହିତାଧିକାରୀ :- ହସ୍ତଶିଳ୍ପ କାରିଗର ।
• ପ୍ରକଳ୍ପ ମୂଲ୍ୟ :- ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ।
• ଅନୁଦାନ :- ୨୦% ( ସର୍ବାଧିକ ୧୦୦୦୦ ଟଙ୍କା ) ।
ଯୋଗାଯୋଗ :- ସ୍ଥାନୀୟ ଶିଳ୍ପ ବିକାଶ ଅଧିକାରୀ ସମ୍ପୃକ୍ତ ବ୍ଲକ

ଜିଲ୍ଳା ଶିଳ୍ପ କେନ୍ଦ୍ର, ଅନୁଗୋଳ

ହେମସୁରପଡା, ପିନ – ୭୫୯୧୨୨

ଫୋନ – ୦୬୭୬୪-୨୩୩୭୮୧

ଇ ମେଲ – dicangul@nic.in