ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ଆଞ୍ଚଳିକ ଚକଲା ,ଅନୁଗୋଳ

ଅବସ୍ଥିତି:-

ଜୁଲାଇ ୨୦୧୭ ଠାରୁ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ଯୁଗ୍ମ ଆଯୁକ୍ତ ଙ୍କ ଅନୁଗୋଳ ଆଞ୍ଚଳିକ ଚକଲା କାର୍ୟାଳୟ ରୋଟାରି ପବ୍ଲିକସ୍କୁଲ ନିକଟରେ କାର୍ଯ୍ୟ କରୁଅଛି। ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ଆଞ୍ଚଳିକ ଚକଲା,ଅନୁଗୋଳ ଅର୍ଥ ବିଭାଗ ଅଧୀନରେ ଥିବା ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ଆଯୁକ୍ତ, କଟକ ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଅଛି॰
ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ଯୁଗ୍ମ ଆଯୁକ୍ତ ଙ୍କ ଅନୁଗୋଳ ଆଞ୍ଚଳିକ ଚକଲା କାର୍ୟାଳୟ ଅଧୀନରେ ଦୁଇଟି ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ମଣ୍ଡଳ ଯଥା :(କ) ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ମଣ୍ଡଳ, ଅନୁଗୋଳ ଓ (ଖ) ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ମଣ୍ଡଳ,ଢେଙ୍କାନାଳ କାର୍ଯ୍ୟ କରିଆସୁଛନ୍ତି। ତତସହିତ ଆଉ ଏକ କର ନିର୍ଦ୍ଧାରଣ ଶାଖା ତାଳଚେର ଠାରେ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ମଣ୍ଡଳ, ଅନୁଗୋଳ ଅଧୀନରେ କାର୍ଯ୍ୟ କରୁଅଛି॰ଅଧିକନ୍ତୁ, ଅନୁଗୋଳ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ଅନୁସନ୍ଧାନ ଶାଖା ଏହି ଭବନ ମଧ୍ୟରେ କାର୍ଯ୍ୟ କରୁଅଛି।

ଆଭିମୁଖ୍ୟ/ କାର୍ଯ୍ୟ କଳାପ:-

ଏହି ସଂସ୍ଥାର ପ୍ରମୂଖ କାର୍ଯ୍ୟ କଳାପ ପରୋକ୍ଷ ଟିକସ ଆଦାୟ ଓ ପ୍ରଶାସନ ମୁଖ୍ୟତ ଓଡିଶା ବିକ୍ରୟ କର ନିୟମ ୧୯୪୭,ଓଡିଶା ମୂଲ୍ୟଯୁକ୍ତ କର ନିୟମ ୨୦୦୪ ,କେନ୍ଦ୍ରୀୟ ବିକ୍ରୟ କର ୧୯୫୬ ,ଓଡିଶା ପ୍ରବେଶ କର ନିୟମ ୧୯୯୯,ଓଡିଶା ରାଜ୍ୟ ବୃତ୍ତି କର ନିୟମ ୨୦୦୦ ଏବଂ ଓଡିଶା ମନୋରଞ୍ଜନ କର ନିୟମ ୨୦୦୬ ଉପରେ ଆଧାରିତ ହୋଇଆସୁଥିଲା।

ମାତ୍ର ,୦୧ ଜୁଲାଇ ୨୦୧୭ ପର ଠାରୁ ସମଗ୍ର ଦେଶ ରେ ଦ୍ରବ୍ୟ ଏବଂ ସେବା କର ଲାଗୁ ହେବା ସହିତ କେବଳ ଓଡିଶା ରାଜ୍ୟ ବୃତ୍ତି କର ନିୟମ ୨୦୦୦ବ୍ୟତିରେକ ଉପରୋକ୍ତ ସମସ୍ତ କର ନିୟମ ଗୁଡିକ ଉଚ୍ଛେଦ ହୋଇ ଯାଇଛି ।
ତେଣୁ , ବର୍ତମାନ ନୂତନ ଯୋଗ୍ୟ ଦ୍ରବ୍ୟ ଏବଂ ସେବା ଯୋଗାଣକାରୀ ବ୍ୟକ୍ତି ଏବଂ ସଂସ୍ଥା ମାନଙ୍କୁ ଦ୍ରବ୍ୟ ଏବଂ ସେବା କର ପରିଧୀଭୁକ୍ତ କରିବା ସହିତ ପଞ୍ଜୀକୃତ ଯୋଗ୍ୟ ଦ୍ରବ୍ୟ ଏବଂ ସେବା ଯୋଗାଣକାରୀ ବ୍ୟକ୍ତି ଏବଂ ସଂସ୍ଥା ମାନଙ୍କର କାଳିକ ରିଟର୍ଣ୍ଣ ଅନୁଧ୍ୟାନ କରିବା ସହିତ ସେମାନଙ୍କର ଟିକସ ପ୍ରଦାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଶ୍ଳେଷଣ ଓ ଆଲୋଚନା କରିବା,ସ୍ବୀକୃତ ଟିକସ ପଇଠ କରାଇବା,ବକେୟା ଟିକସ ଦେୟ ଆଦାୟ କରିବା,କର ନିର୍ଦ୍ଧାରଣ କରିବା,ହିସାବ ତନଖି କରିବା,ମାତ୍ରାଧିକ କର ଦେଇଥିବା ପଞ୍ଜୀକୃତ ଦ୍ରବ୍ୟ ଏବଂ ସେବା ଯୋଗାଣକାରୀ ବ୍ୟକ୍ତି ଏବଂ ସଂସ୍ଥା ମାନଙ୍କୁ ଅଧିକା ବଳକା କର ଫେରସ୍ତ କରିବ, ଏବଂ ସର୍ବୋପରି ପ୍ରଶାସନିକ ଓ ବିବିଧ କାର୍ଯ୍ୟ କରିବା ଏହି ସଂସ୍ଥାର ପ୍ରମୂଖ ଉଦ୍ଦେଶ୍ୟ ହୋଇ ଯାଇଛି ।

ଯୋଗାଯୋଗ:-

ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ଯୁଗ୍ମ ଆଯୁକ୍ତ ଙ୍କ ଆଞ୍ଚଳିକ ଚକଲା କାର୍ୟାଳୟ, ଅନୁଗୋଳ
ଡାକ ଠିକଣା:- ଅନୁଗୋଳ, ୭୫୯୧୨୨
ଦୁରାଭାସ- ୦୬୭୬୪୨୩୪୮୪୪(ଚକଲା କାର୍ୟାଳୟ)
୦୬୭୬୪୨୩୦୨୪୪(ମଣ୍ଡଳ କାର୍ୟାଳୟ)
ଇ-ମେଲ- jcctangul@odishatax.gov.in
dcctangulcircle@gmail.com