ସୂଚନା ଅଧିକାର ନିୟମ ସମସ୍ତ ନାଗରିକଙ୍କୁ ଏହି ଶକ୍ତି ଦିଏ ଯେ ସେ ଚାହିଁଲେ ଯେ କୌଣସି ସୂଚନା ପାଇପାରିବେ ଯଥା ଦସ୍ତାବିଚ ର ନକଲ କିଂବା ରେକର୍ଡ ମାଗି ପାରିବେ। ସୂଚନା ଅଧିକାର ସମ୍ବିଧାନର ଧାରା ୧୯ (୧) ଅନୁଯାୟୀ ନାଗରିକଙ୍କୁ ଏକ ମୌଳିକ ଅଧିକାରର ମାନ୍ୟତା ଦିଆଯାଇଛି | ଧାରା ୧୯ (୧) ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କର କହିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ଏବଂ ସରକାର କିପରି କାର୍ଯ୍ୟ କରନ୍ତି, ଏହାର ଭୂମିକା କ’ଣ, ଏହାର କାର୍ଯ୍ୟ କ’ଣ ଇତ୍ୟାଦି ଜାଣିବାର ଅଧିକାର ରହିଛି। ଏହି ବିଭାଗ ନାଗରିକମାନଙ୍କୁ ଜିଲ୍ଲାର ପିଆଇଓ ଏବଂ ଏପିଆଇଓ ବିଷୟରେ ସୂଚନା ପ୍ରଦାନ କରିଥାଏ |

ଅଧିକ ଜାଣିବାକୁ ହେଲେ ଏଠାରେ କ୍ଲିକ କରନ୍ତୁ