ରାସ୍ତା ଓ କୋଠାବାଡି ବିଭାଜନ
୧.ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନସ୍ଥ ସଡକ ଓ ଭବନ ବିଭାଗ, ଅନୁଗୋଳ ୧୨ ନଭେମ୍ବର ୧୯୮୧ ମସିହା ଠାରୁ କାର୍ଯ୍ୟ ସମ୍ପାଦନ କରିଆସୁଅଛି ।ଅନୁଗୋଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଡକ ପଥର ଭିତ୍ତିସଂରଚନ ଓ ସରକାରୀ କୋଠାବାଡି ନିର୍ମାଣ ଏହି ବିଭାଜନର ମୁଖ୍ୟ କାର୍ଯ୍ୟ ପରିସର ଅନ୍ତର୍ଗତ ଅଟେ। ବିଭାଗ ଅଧୀନସ୍ଥ ସଡକ ପଥର ନିର୍ମାଣ , ପ୍ରଶସ୍ତିକରଣ ଏବଂ ରକ୍ଷଣାବେକ୍ଷଣ ମାଧ୍ୟମରେ ଜିଲ୍ଲାର ମୁଖ୍ୟ ଅଞ୍ଚଳ ଗୁଡିକ ମଧ୍ୟରେ ଜନସାଧାରଣଙ୍କ ସୁଗମ ଏବଂ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ଯୋଗାଇ ଦେବା ଏହି ବିଭାଜନର ମୁଖ୍ୟ ଲକ୍ଷ୍ୟ ଅଟେ। ରାଜ୍ୟ ରାଜପଥ ନିର୍ମାଣ ମାଧ୍ୟମରେ ଆନ୍ତର୍ଜିଲ୍ଲା ସଂଯୋଗୀକରଣ , ମୁଖ୍ୟ ଜିଲ୍ଲା ସଡକ ଏବଂ ଅନ୍ୟାନ୍ୟ ଜିଲ୍ଲା ସଡକ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ , ବ୍ଲକ ମୁଖ୍ୟାଳୟର ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଅଛି । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଯଥା – ସ୍ୱାସ୍ଥ୍ୟ , ଶିକ୍ଷା , କୃଷି , ରାଜସ୍ୱ , ପର୍ଯ୍ୟଟନ , ନ୍ୟାୟ , ପରିବହନ ଇତ୍ୟାଦିର ମୁଖ୍ୟ କାର୍ଯ୍ୟାଳୟ କୋଠା ନିର୍ମାଣ ତଥା କର୍ମଚାରୀଙ୍କ ନିମନ୍ତେ ସରକାରୀ ବାସଗୃହର ନିର୍ମାଣ ଓ ରକ୍ଷଣାବେକ୍ଷଣ ଏହି ବିଭାଗର କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ଅଟେ । ଉନ୍ନତ ସଡକପଥ ବ୍ୟବସ୍ଥା , ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଏବଂ ଶିଳ୍ପାଞ୍ଚଳ ଗୁଡିକୁ ଜାତୀୟ ରାଜପଥ ସହ ସଂଯୋଗୀକରଣ ମାଧ୍ୟମରେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଅଛି ।
ବିଭାଜନର ପରିସର ମଧ୍ୟରେ ଅନୁଗୋଳର ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ( ଯଥା- ଅନୁଗୋଳ , ଆଠମଲ୍ଲିକ , ଛେଣ୍ଡିପଦା , ତାଳଚେର ଓ ପାଲଲହରା ), ୮ ଗୋଟି ବ୍ଲକ (ଯଥା – ଆଠମଲ୍ଲିକ , ଅନୁଗୋଳ , ବଅଁରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର , ତାଳଚେର ଓ ପାଲଲହରା) ଅନ୍ତର୍ଭୁକ୍ତ ଅଟେ। ଅନୁଗୋଳ ରାସ୍ତା ଓ କୋଠବାଡି ବିଭାଜନ ନିୟନ୍ତ୍ରଣ କ୍ଷେତ୍ର ମଧ୍ୟରେ ଥିବା ୧୨୪.୩୦ କି.ମି. ରାଜ୍ୟ ରାଜପଥ , ୨୯.୨ କି.ମି. ମୁଖ୍ୟ ଜିଲ୍ଲା ସଡକ ଓ ୬୮୦.୬୪ କି.ମି. ଅନ୍ୟାନ୍ୟ ଜିଲ୍ଲା ସଡକର ନିୟମିତ ରକ୍ଷଣାବେକ୍ଷଣ କରାଯାଉଅଛି । ଅନୁଗୋଳ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନସ୍ଥ ୧,୨୬,୯୭୧ ବର୍ଗ ମିଟର ପରିମିତ କ୍ଷେତ୍ରରେ ସରକାରୀ କାର୍ଯ୍ୟାଳୟ ଏବଂ ୪୪,୯୩୭ ବର୍ଗ ମିଟର ପରିମିତ କ୍ଷେତ୍ରରେ ସରକାରୀ ବାସଗୃହ ଏହି ବିଭାଜନର ରକ୍ଷଣାବେକ୍ଷଣ ପରିସର ଅନ୍ତର୍ଗତ ଅଟେ ।
ଜିଲ୍ଲାବାସୀଙ୍କୁ ଉନ୍ନତ ତଥା ଗୁଣାତ୍ମକ ପରିବହନ ଓ ଗମନାଗମନ ବ୍ୟବସ୍ଥା ସହ ସରକାରଙ୍କ ବିଭିନ୍ନ ବିଭାଗ ନିମନ୍ତେ ଉତ୍କୃଷ୍ଟ ସରକାରୀ ଦପ୍ତର ଓ ବାସଗୃହ ନିର୍ମାଣ ତଥା ରକ୍ଷଣାବେକ୍ଷଣ ଏହି ବିଭାଜନର ମୁଖ୍ୟ ଉଦ୍ଦେଶ୍ୟ ରହିଆସିଛି ଏବଂ ଭବିଷ୍ୟତରେ ରହିବ।
୨.ବିଭାଜନର ପଦାନୁକ୍ରମିକ
ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ବିଭାଜନ
କ) ଉପ ନିର୍ବାହୀ ଯନ୍ତ୍ରୀ (ରାସ୍ତା) ଉପ ବିଭାଜନ, ଅନୁଗୋଳ
ସହକାରୀ ଯନ୍ତ୍ରୀ ,ରାସ୍ତା ଉପ ବିଭାଗ, ଅନୁଗୋଳ
ସହକାରୀ ଯନ୍ତ୍ରୀ, ଛେଣ୍ଡିପଦା ଉପ ବିଭାଗ
ସହକାରୀ ଯାନ୍ତ୍ରୀ , ପୁରୁଣାକୋଟ ଉପ ବିଭାଗ
ଖ) ସହକାରୀ ନିର୍ବାହୀ ଯନ୍ତ୍ରୀ (କୋଠାବାଡି ) ଉପ ବିଭାଜନ,ଅନୁଗୋଳ
ସହକାରୀ ଯନ୍ତ୍ରୀ (କୋଠବାଡି ଉପ ବିଭାଗ ନଂ-୧) , ଅନୁଗୋଳ
ସହକାରୀ ଯନ୍ତ୍ରୀ (କୋଠବାଡି ଉପ ବିଭାଗ ନଂ-୨), ଅନୁଗୋଳ
କନିଷ୍ଠ ଯନ୍ତ୍ରୀ (କୋଠବାଡି ଉପ ବିଭାଗ ନଂ-୩) , ଅନୁଗୋଳ
ଗ)ସହକାରୀ ନିର୍ବାହୀ ଯନ୍ତ୍ରୀ ସାଧାରଣ ବୈଦ୍ୟୁତିକ ଉପ ବିଭାଜନ,ଅନୁଗୋଳ
କନିଷ୍ଠ ଯନ୍ତ୍ରୀ,ଅନୁଗୋଳ ଉପ ବିଭାଗ
ଘ)ସହକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତାଓ କୋଠାବାଡି) ଉପ ବିଭାଜନ,ବଇଣ୍ଡା
ସହକାରୀ ଯନ୍ତ୍ରୀ,ବଇଣ୍ଡା ଉପ ବିଭାଗ
ସହକାରୀ ଯନ୍ତ୍ରୀ,ଆଠମଲ୍ଲିକ ଉପ ବିଭାଗ
କନିଷ୍ଠ ଯନ୍ତ୍ରୀ , ଠାକୁରଗଡ଼ ଉପ ବିଭାଗ
ଙ)ସହକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି ) ଉପ ବିଭାଜନ, ପାଲଲହରା
କନିଷ୍ଠ ଯନ୍ତ୍ରୀ, ପାଲଲହରା ଉପ ବିଭାଗ
ସହକାରୀ ଯନ୍ତ୍ରୀ, ଖମାର ଉପ ବିଭାଗ
ଚ)ସହକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି ) ଉପ ବିଭାଜନ,ତାଳଚେର
ସହକାରୀ ଯନ୍ତ୍ରୀ ,କୋଠବାଡି ଉପ ବିଭାଗ, ତାଳଚେର
ସହକାରୀ ଯନ୍ତ୍ରୀ , ରାସ୍ତା ଉପ ବିଭାଗ, ତାଳଚେର
କନିଷ୍ଠ ଯନ୍ତ୍ରୀ ,କଣିହାଁ ଉପ ବିଭାଗ
୩. ଅନୁଦାନ ଆସୁଥିବା ସରକାରୀ ଯୋଜନାର ବିବରଣୀ
କେନ୍ଦ୍ରୀୟ ଯୋଜନା(ରାସ୍ତା)
୧.କେନ୍ଦ୍ରୀୟ ସଡକ ପାଣ୍ଠି (C.R.F.)
୨.ମୂଳ ସଡକ ନେଟୱର୍କ (C.R.N.)
୩.ଅତିରିକ୍ତ କେନ୍ଦ୍ରୀୟ ସହାୟତା (A.C.A.)
୪. ଅର୍ଥନୈତିକ ପ୍ରାଧାନ୍ୟ ପାଣ୍ଠି (E.I.)
ରାଜ୍ୟ ଯୋଜନା(ରାସ୍ତା)
୧.ରାଜ୍ୟ ରାଜପଥ ଉନ୍ନତି କାର୍ଯ୍ୟକ୍ରମ(S.H.D.P.)
୨.ରାଜ୍ୟ ଯୋଜନା (S.P.)
୩.ନାବାର୍ଡ ସହାୟତା (R.I.D.F.)
କୋଠାବାଡି
୧.ରାଜ୍ୟ ଯୋଜନା (S.P.)
ଉପରୋକ୍ତ ଯୋଜନା ବ୍ୟତୀତ ଅନ୍ୟ ଜମା ପାଣ୍ଠି ଯଥା – ଜିଲ୍ଲା ଖଣିଜ ପାଣ୍ଠି (D.M.F.) ଏବଂ ନାଲକୋ, ଏମ. ସି. ଏଲ. ର ପରିପାର୍ଶ୍ଵିକ ଉନ୍ନତି ପାଣ୍ଠି (C.S.R.) ମାଧ୍ୟମରେ ଜିଲ୍ଲାର ମୁଖ୍ୟ ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଅଛି।
ଠିକଣା
ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ବିଭାଜନ
ଅନୁଗୋଳ – ୭୫୯୧୨୨