ଗତ କିଛି ବର୍ଷ ମଧ୍ୟରେ ଅନୁଗୋଳ ଜିଲ୍ଲା ର ଯଥେଷ୍ଟ ଅଭିବୃଦ୍ଧି ଘଟିଛି ।  ଦ୍ରୁତ ଶିଳ୍ପାୟନ ଯୋଗୁ ଏହା ରାଜ୍ୟ ର ଶିଳ୍ପ ରାଜଧାନୀ ର ମାନ୍ୟତା ପାଇଛି।  ଜାତୀୟ ଆଲୁମିନିୟମ କମ୍ପାନୀ, ମହାନଦୀ କୋଲଫିଲଡ ଲିମିଟେଡ, ଜାତୀୟ ତାପଜ ବିଦ୍ୟୁତ  କେନ୍ଦ୍ର ଏହି ଜିଲ୍ଲା ରେ ପ୍ରତିଷ୍ଠା ହୋଇଛି।  ଏହା ବ୍ୟତୀତ ଆହୁରି ଅନକେ ପ୍ରାଇଭେଟ ଶିଳ୍ପ ସଂସ୍ଥା ମଧ୍ୟ ଏହି ଜିଲ୍ଲା ରେ ଥିବା ଯୋଗୁ ଶିଳ୍ପାୟନ ର ଦ୍ରୁତ ଅଭିବୃଦ୍ଧି ଘଟିଚାଲିଛି । ତାଳଚେର ରେ ମଧ୍ୟ ଭାରି ଜଳ ପ୍ଳାଣ୍ଟ ପ୍ରତିଷ୍ଠା ହୋଇଛି ।

ତାଳଚେର କୋଇଲା ଖଣି ଯାହାକି ଏସିଆ ର ସର୍ବ ବୃହତ କୋଇଲା ଖଣି ଅଞ୍ଚଳ ଭାବେ ପରିଚିତ ଏହି ଜିଲ୍ଲା ର ରାଜସ୍ୱ ଓ ଅର୍ଥନୈତିକ ର ଅଭିବୃଦ୍ଧି ରେ ଯଥେଷ୍ଟ ସହାୟକ ହୋଇଛି ।

ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁଗୋଳ ମଧ୍ୟ ଜିଲ୍ଲା ରେ ଶିଳ୍ପ ର ଉପଯୁକ୍ତ ଭିତିଭୂମି ପ୍ରତିଷ୍ଠା ତଥା ଜିଲ୍ଲା ରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଦେଉଛି ।

ଶିଳ୍ପ ସହିତ କୃଷି ର ମଧ୍ୟ ଦ୍ରୁତ ଅଭିବୃଦ୍ଧି ଯୋଗୁ ଏହା ଜନସାଧାରଣ ଙ୍କ ଜୀବନ ମାନଦଣ୍ଡ ରେ ଉପଯୁକ୍ତ ସହାୟକ ହେଉଛି । ଗ୍ରାମୀଣ ହସ୍ତଶିଳ୍ପ, କୁଟୀରଶିଳ୍ପ ମଧ୍ୟ ଜିଲ୍ଲାକୁ ଆର୍ଥିକ କ୍ଷେତ୍ରରେ ଆଗକୁ ଆଗେଇ ନେଉଅଛି।