ବଂଶଗତ ପ୍ରମାଣପତ୍ର କଣ ?ସାଧାରଣତ ପରିବାର ର ମୁଖ୍ୟ ବ୍ୟକ୍ତି ଙ୍କର ମୃତ୍ୟୁ ପରେ ତାଙ୍କର ବଂଶଗତ ଉତ୍ତରାଧିକାରୀ ଯେପରି ସ୍ତ୍ରୀ କିମ୍ବା ସ୍ଵାମୀ ,ପୁଅ ,ଝିଅ ,ପିତା / ମାତା ବଂଶଗତ ପ୍ରମାଣପତ୍ର ପାଇଁ ଆବେଦନ କରି ପାରିବେ ।ଏହାର ଆବଶ୍ୟକତା କଣ ?

ଏହା ନିନ୍ମଲିଖିତ କାରଣ ପାଇଁ ଦରକାର

  • ପାରିବାରିକ ପେନସନ ପାଇଁ
  • ସରକରୀ ଦେୟ ପାଇବା ପାଇଁ , ମୃତ ବ୍ୟକ୍ତି ଙ୍କର ଅନୁକମ୍ପା ରାସୀ ପାଇବା ପାଇଁ , କେନ୍ଦ୍ର ଓ ରାଜ୍ୟ ସରକାରି କର୍ମଚାରୀଙ୍କର ସରକାରୀ ପ୍ରୋଭିଡ଼ିଏଣ୍ଟ ଫଣ୍ଡ,ଗ୍ର୍ଯାଚୁଇଟି ଏବ॰ ଏରିଅର ଦରମା ନିମନ୍ତେ ଆବଶ୍ୟକ ।
  • ୫୦ ,୦୦୦ /- ରୁ କମ ଅଣ ସ୍ଟ୍ଯାଟୁଟରି ଏକ୍ସ ଗ୍ରାସିଆ ଦେୟ ପାଇଁ ଆବଶ୍ୟକ

ଆଇନ ସମ୍ବନ୍ଧୀୟ ବୈଧତା

ଏହି ପ୍ରମାଣ ପାତ୍ର ଟି ଫର୍ମ ନ॰ – ଆଇ. ଭି ଓଡିଶା ସାଧାରଣ ଓ ବିବିଧ ପ୍ରମାଣପତ୍ର ଧାରା ୧୯୮୪ ଅନୁଯାଇ ଉପଲବ୍ଧ ।

ସମ୍ପୃକ୍ତ ବିଭାଗ

  • ରାଜସ୍ୱ ଓ ପରିଚାଳନା ବିଭାଗ , ଓଡିଶା ସରକାର

ବଂଶଗତ ପ୍ରମାଣପତ୍ର ଆବେଦନ କରିବା ର ପ୍ରଣାଳୀ

ଜଣେ ବ୍ୟକ୍ତି ଫର୍ମ ନ ॰ – ଆଇ ରେ କୋର୍ଟ ଦେୟ ଟ. ୩.୦୦ ଲଗାଇ ନିଜର ତହସିଲ ରେ ଆବେଦନ କରିପାରିବେ ।

ଆବଶ୍ୟକୀୟ ଦଲିଲ

  • ମୃତ ବ୍ୟକ୍ତି ଙ୍କର ମୂତ୍ୟୁ ପ୍ରମାଣ ପତ୍ର
  • ଶପଥ ପାଠ
  • ମୃତ ବ୍ୟକ୍ତି ଙ୍କର ସେବା ପୁସ୍ତକ
  • ରାସନ କାର୍ଡ ର ନକଲ ,ଭୋଟର ପରିଚୟ ପତ୍ର ର ନକଲ ଓ ପଟା ର ନକଲ ଆବଶକ୍ୟ ଆବଶ୍ୟକ (ଯଦି ମୃତ ବ୍ୟକ୍ତି ଙ୍କ ନାମ ରେ ଥାଏ )

ଅନୁମୋଦନ କରିବା ଅଧିକାରୀ

ରାଜସ୍ୱ ଅଧିକାରୀ ( ତହସିଲଦାର, ଅତିରିକ୍ତ ତହସିଲଦାର, ଉପ – ଜିଲ୍ଲାପାଳ , ଜିଲ୍ଲାପାଳ )

ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ?

ଆବେଦନକାରୀ ୩ ମାସ ମ ଧ୍ୟରେ ଅପିଲ କରିପାରିବେ ।

  • ଉପ – ଜିଲ୍ଲାପାଳ ଯଦି ଅର୍ଡର ତହସିଲଦାର / ଅତିରିକ୍ତ ତହସିଲଦାର କରିଥାନ୍ତି ।
  • ଜିଲ୍ଲାପାଳ ଯଦି ଅର୍ଡର ଉପ – ଜିଲ୍ଲାପାଳ କରିଥାନ୍ତି ।
  • ରାଜସ୍ୱ ଉତ୍ତରାଞ୍ଚଳ ଅଧିକାରୀ ଯଦି ଅର୍ଡର ଜିଲ୍ଲାପାଳ କରିଥାନ୍ତି

କାର୍ଯ୍ୟଳୟ ସମୟ

ଦିନ ୧୦.୦୦ ଟା ରୁ ସନ୍ଧ୍ୟା ୫.୦୦ ଯେ କୌଣସି କାର୍ଯକାରି ଦିବସରେ

ଯାଆନ୍ତୁ: http://edistrictodisha.gov.in/

ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା

ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ | ସହର : ଅନୁଗୋଳ | ପିନ କୋଡ୍ : ୭୫୯୧୨୨