ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଅନୁଗୋଳ ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ -୧୮୬୦( Society Registration Act-1860) ଅନୁସାରେ ରେଜିଷ୍ଟ୍ରିଭୁକ୍ତ ହୋଇ (ନଂ AGL ୨-୨ /୧୯୯୩-୯୪) ତ। ୦୨-୦୭-୧୯୯୩ ରିଖ ଠାରୁ କାର୍ଯ୍ୟ କରୁଅଛି ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକ।ରି ହୋଉଥିବା ବିଭିନ୍ନ ଦ।ରିଦ୍ର ଦୂରୀକରଣ ଯୋଜନା ଗୁଡିକର ସୁ ପରିଚାଳନା ଓ ତଦାରଖ କରିବା ନିମିତ୍ତ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜିଲ୍ଲା ସ୍ତରରେ ଏକ ପମୁଖ ଅଙ୍ଗ ରୂପେ ପରିଗଣିତ ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନ୍ୟ ଆଭିମୁଖ୍ୟ ଗୁଡିକ ହେଲା :

1. ଜିଲ୍ଲା ପରିଷଦ ପାଇଁ ପ୍ରଶାସନିକ /ବୈଷୟିକ ସହାୟତା ପ୍ରଦାନ କରିବା ।
2. ବିଭିନ୍ନ ପଞ୍ଚାୟତି ରାଜ ସଂସ୍ଥା ,କ୍ଷେତ୍ରୀୟ ବିଭାଗ (Line Department ) ,ବ୍ୟାଙ୍କ ଓ ଅନ୍ୟ।ନ୍ୟ ବିତ୍ତୀୟ ଓ ବୈଷୟିକ ସଂସ୍ଥା ସହ ସମନ୍ଵୟ ରକ୍ଷାକରି ଜିଲ୍ଲାର ଦାରିଦ୍ର୍ୟ ଦୂରୀକରଣ ରେ ସାହାଯ୍ୟ କରିବା ।
3. ଦ।ରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ଜନ କଲ୍ୟାଣକାରୀ ଯୋଜନା ରେ ଅଗ୍ରଗତି ସମ୍ପର୍କ ରେ ଜିଲ୍ଲା ପରିଷଦ ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ।
4. ପଞ୍ଚାୟତି ରାଜ ସଂସ୍ଥା ଗୁଡିକ ସହ ସମନ୍ଵୟ ରକ୍ଷାକରି ଯୋଜନା ଗୁଡିକର ସଫଳ ରୂପାୟଣ ନିମନ୍ତେ ସେମ।ନଙ୍କର ଦାୟୀତ୍ଵ ନିର୍ବାହରେ ସାହାଯ୍ୟ କରିବା ।
5. ଗାଁ ରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନା ର ଆବଶ୍ୟକତା /ଉପଦେୟତା ଓ ନୀତି ନିୟମ ବିଷୟରେ ସଚେତନତା ସୃଷ୍ଟି କରିବା ।
6. ବିଭିନ୍ନ ଟାର୍ଗେଟ ଗ୍ରୁପ (ମହିଳା ,ଆଦିବାସୀ –ହରିଜନ ,ଭିନ୍ନକ୍ଷମ ) ମାନଙ୍କ ପାଇଁ ଉଦିଷ୍ଟ କଲ୍ୟାଣ କ।ରି ଯୋଜନାର ସୁଫଳ ପହଞ୍ଚାଇବ। ପାଇଁ ପଦକ୍ଷେପ ନିଶ୍ଚିନ୍ତ କରିବା ।
7. ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗ ମାନଙ୍କର କାର୍ଯ୍ୟ କ୍ରମକୁ ଏକାଭିମୁଖୀ (convergence ) କରିବା ଦିଗରେ ପ୍ରଚେଷ୍ଟା କରିବା ।
8. ଯଦିଓ ଯୋଜନା ଗୁଡିକର କାର୍ଯ୍ୟ।ନ୍ଵୟନ ବିଭିନ୍ନ ବ୍ଲକ ଓ କ୍ଷେତ୍ରୀୟ ବିଭାଗ ଜରିଆରେ ହୋଇଥାଏ , ଏହି କାର୍ଯ୍ୟକ୍ରମ ଗୁଡିକର ତଦାରଖ , ପରିଚାଳନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପରେ ନ୍ୟସ୍ତ ।
9. ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ନିମିତ୍ତ ସରକାରଙ୍କ ଠାରୁ ପ୍ରାପ୍ତ ଅର୍ଥ ରାଶି କୁ ବ୍ଲକ ଓ କାର୍ଯ୍ୟକ।ରି ସଂସ୍ଥା ମଧ୍ୟରେ ବଣ୍ଟନ କରିବା ।
10. ନିୟମିତ ବ୍ୟବଧାନ ରେ ଯୋଜନା ଗୁଡିକର ଅଗ୍ରଗତି (progress report) ସରକାରଙ୍କ ନିକଟକୁ ପ୍ରେରଣ କରିବା ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପରିଚାଳନା ପରିଷଦ ଜିଲ୍ଲା ପରିଷଦ, ସଭାପତି ଙ୍କ ସଭାପତିତ୍ଵ ରେ କାର୍ଯ୍ୟ କରେ। ପରିଚାଳନା ପରିଷଦ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଉପଦେଷ୍ଟା ଭାବେ କାମ କରିଥାଏ ଏବଂ ନୀତି ନିର୍ଦ୍ଦେଶନାମା ଯୋଗାଇଥାଏ।
ଅନାନ୍ୟ କାର୍ଯ୍ୟ ମଧ୍ୟରେ ବାର୍ଷିକ କାର୍ଯ୍ୟକ୍ରମ ଚିଠା( Annual Action Plan) ଅନୁମୋଦନ କରିବା ଏବଂ ନିର୍ଦ୍ଧିଷ୍ଠ ସମୟ ବ୍ୟବଧାନରେ ବିଭିନ୍ନ ଯୋଜନା ର ଭୌତିକ ଓ ଆର୍ଥିକ ଅଗ୍ରଗତି ଉପରେ ସମୀକ୍ଷା କରିବା ଅନ୍ତର୍ଭୁକ୍ତ।
ଜିଲ୍ଲାପାଳ-ତଥା-ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ନେତୃତ୍ଵ ଓ ଦିଗଦର୍ଶନ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହାର ବିଭିନ୍ନ ବିଭାଗ ଓ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ଲକ୍ଷ୍ୟ ସାଧନ ଦିଗରେ କାର୍ଯ୍ୟ କରିଥାଏ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ବିଭିନ୍ନ ବିଭାଗ

ପ୍ରଶାସନ – ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ)
ବିତ୍ତ – ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବିତ୍ତ)
ବୈଷୟିକ – ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ)
ତଦାରଖ ଓ ମୂଲ୍ୟ ନିର୍ଦ୍ଧାରଣ – ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଏମ. ଆଇ. ଏସ.)
ଇ-ଶାସନ – ନୀତି କାର୍ଯ୍ଯକ୍ରମ ଅଧିକାରୀ
କର୍ମ ନିଯୁକ୍ତି ଯୋଜନା( ମନରେଗା) – ମନରେଗା ସଂଯୋଜକ
ଗ୍ରାମ୍ୟ ଗୃହ ନିର୍ମାଣ – ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା (ଗ୍ରାମ୍ୟ ଗୃହ ନିର୍ମାଣ)
ଜୀବନ ଜୀବିକା ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM)- ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଜୀବନ ଜୀବିକା )
ଦକ୍ଷତା ବିକାଶ – ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଦକ୍ଷତା ବିକାଶ )

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମ ରେ ନିମ୍ନଲିଖିତ ଯୋଜନା/କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରାଯାଉଛି।

୧। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS)
୨। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ( PMAY-G)
୩। ବିଜୁ ପକ୍କା ଘର ଯୋଜନା ( BPGY)
୪। ବିଜୁ ପକ୍କା ଘର ଯୋଜନା , ଖଣିଜ ଅଞ୍ଚଳ( BPGY-Mining)
୫। ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ( NSPGY)
୬। ଗୋପବନ୍ଧୁ ଗ୍ରାମୀଣ ଯୋଜନା( GGY)
୭। ଦିନ ଦୟାଲ ଉପଧ୍ୟାୟ –ଜାତୀୟ ଗ୍ରାମୀଣ ଜୀବିକା ମିଶନ( DAY-NRLM)
୮। ଦିନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY)
୯। ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ (14th CFC)
୧୦। ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ (4th SFC)
୧୧। ଆମ ଗାଁ ଆମ ବିକାଶ ଯୋଜନା

ପଂଚାୟତ ସମିତି କାର୍ଯ୍ୟ।ଳୟ ଓ ଯୋଗାଯୋଗ ଠିକଣା:

ପଂଚାୟତ ସମିତି ଯୋଗାଯୋଗ (କାର୍ଯ୍ୟ।ଳୟ) ଇ-ମେଲ
ପଞ୍ଚାୟତ ସମିତି, ଅନୁଗୋଳ ୦୬୭୬୪-୨୩୦୫୭୯ ori-bangul@nic.in
ପଞ୍ଚାୟତ ସମିତି, ଆଠମଲ୍ଲିକ ୦୬୭୬୩-୨୫୪୨୧୭ ori-athamalik@nic.in
ପଞ୍ଚାୟତ ସମିତି, ବଂନରପାଳ ୦୬୭୬୪-୨୨୯୨୨୨ ori-banarpal@nic.in
ପଞ୍ଚାୟତ ସମିତି, ଛେଣ୍ଡିପଦା ୦୬୭୬୪-୨୫୨୩୨୩ ori-chedipada@nic.in
ପଞ୍ଚାୟତ ସମିତି, କିଶୋରନଗର ୦୬୭୬୩-୨୫୭୦୧୯ ori-kishorenagar@nic.in
ପଞ୍ଚାଯତ ସମିତି, କଣିହା ୦୬୭୬୦-୨୪୩୫୨୨ ori-kamakhyanagar@nic.in
ପଞ୍ଚାୟତ ସମିତି, ପାଲଲହଡା ୦୬୭୬୫-୨୭୯୨୩୩ ori-pallahara@nic.in
ପଞ୍ଚାୟତ ସମିତି, ତାଳଚେର ୦୬୭୬୦-୨୪୦୨୦୯ ori-talcher@nic.in

ଯୋଗାଯୋଗ:
ପ୍ରକଳ୍ପ ନିର୍ଦ୍ଦେଶକ
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଅନୁଗୋଳ
ଅନୁଗୋଳ
ଓଡିଶା-୭୫୯୧୨୨
ଦୁରଭାସ:୦୬୭୬୪‌-୨୩୦୧୪୪
ଇ ମେଲ: ori-dangul@nic.in
drdaangul@gmail.com