ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୁଳ ଜିଲ୍ଲା ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା । ପ୍ରଶାସନିକ ସୁବିଧା ନିମନ୍ତେ ଢେଙ୍କାନାଳ ଜିଲ୍ଲା ରାଜ୍ୟ ସରକାରଙ୍କର ବିଜ୍ଞପ୍ତି ସଂ ଡି ଆର ସି -୪୪/୯୩/୨୪୨୧୮/ଆର ତା ୨୭ ମାର୍ଚ୍ଚ ୧୯୯୩ ଅନୁଯାଇ ଢେଙ୍କାନାଳ ଓ ଅନୁଗୋଳ ଏହିପରି ଦୁଇଭାଗରେ ବିଭକ୍ତ ହେଲା । ଅନୁଗୁଳ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ଫାଇଲ । ଏହି ଜିଲ୍ଲାର ପୂର୍ବଦିଗରେ କଟକ ଓ ଢେଙ୍କାନାଳ ପଶ୍ଚିମ ଦିଗରେ ସମ୍ବଲପୁର ଓ ଦେବଗଡ , ଉତ୍ତରରେ ସୁନ୍ଦରଗଡ ଓ କେନ୍ଦୁଝର ଏବଂ ଦକ୍ଷିଣରେ ବୌଦ୍ଧ ( ଫୁଲବାଣୀ ) ଜିଲ୍ଲା ଦ୍ଵାରା ପରିବେଷ୍ଟିତ । ୬୨୩୨ ବର୍ଗ କି.ମି. କ୍ଷେତ୍ରଫଳ ପରିମିତ ଅନୁଗୁଳ ଜିଲ୍ଲା ୨୦.୫୦ ଉତ୍ତର ଅକ୍ଷ୍ଯାଂଶରୁ ୮୫.୦୦ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ସମୁଦ୍ର ପତନ ଠାରୁ ଏହାର ଉଚ୍ଛତା ୫୬୪ ରୁ ୧୧୮୭ ମି. ଅଟେ ।

୨୦୧୧ ଜନଗଣନା ଅନୁଯାୟୀ ଏହି ଜିଲ୍ଲାର ଜନସଂଖ୍ୟା ଜନବହୁଳ ଥିଲା । ଜିଲ୍ଲାର ସମୁଦାଯ ୧୯୩୦ଟି ଗ୍ରାମର ମୋଟ ଜନସଂଖ୍ୟା ୧୨୭୩୮୨୧ , ସମୁଦାଯ ଜନସଂଖ୍ୟାରୁ ୬୫୫୭୧୮ ଜଣ ପୁରୁଷ ଏବଂ ୬୧୮୧୦୩ ଜଣ ମହିଳା ଅଟନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ମଧ୍ୟ ସହରାଞ୍ଚଳ ଅପେକ୍ଷ। ଗ୍ରାମାଞ୍ଚଳର ଜନସଂଖ୍ୟା ଅଧିକ । ୨୦୧୧ ଜନଗଣନା ଅନୁଯାୟୀ ଗ୍ରାମାଞ୍ଚଳର ଜନସଂଖ୍ୟା ୧୦୬୭୨୭୫ ଏବଂ ସହରାଞ୍ଚଳର ଜନସଂଖ୍ୟା ୨୦୬୫୪୬ । ଜିଲ୍ଲାର ମୋଟ ଅନୁସୂଚିତ ଜାତି (ଏସ.ସି.) ର ଜନସଂଖ୍ୟା ୨୩୯୫୫୨ ଏବଂ ଅନୁସୂଚିତ ଜନଜାତି (ଏସ.ଟି.) ଜନସଂଖ୍ୟା ୧୭୯୬୦୩ ।

ଅନୁଗୁଳ ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ ଅନୁଗୋଳ ସହରରେ ଅବସ୍ଥିତ । ପ୍ରଶାସନିକ ବ୍ୟବସ୍ଥାର ବର୍ତମାନର ଦୃଶ୍ୟପଟରେ ଜିଲ୍ଲାରେ ସମୁଦାଯ ୪ଟି ସବଡିଭିଜନ , ୮ଟି ତହସିଲ ଏବଂ ୮ଟି ବ୍ଲକ ଅବସ୍ଥିତ । ଜିଲ୍ଲାରେ ସମୂଡାୟା ୨୨୫ଟି ଗ୍ରାମପଞ୍ଚାୟତ , ୨ଟି ପୌରପାଳିକା ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ. ଏ. ସି.) ଏବଂ ୨୩ଟି ପୁଲିସଷ୍ଟେସନ ରହିଛି ।

ଜିଲ୍ଲାର ଜଳବାଯୁ ପରତିବର୍ତନଶୀଳ , ଜିଲ୍ଲାର ବାର୍ଷିକ ବୃଷ୍ଟିପାତ ହାରାହାରି ୧୪୨୧ ମି.ମି. । କିନ୍ତୁ ବର୍ଷକୁ ବର୍ଷ ବୃଷ୍ଟିପାତରେ ପରିବର୍ତନ ପରିଲକ୍ଷିତ ହୁଏ । ଗତ ୧୦ ବର୍ଷରେ ଜିଲ୍ଲାରେ ୮୯୬ ମି.ମି. ରୁ ୧୭୪୪ ମି.ମି. ମଧ୍ୟରେ ବୃଷ୍ଟିପାତ ହୋଇଅଛି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଏହି ଜିଲ୍ଲା ପରିଦର୍ଶନର ପ୍ରକୃଷ୍ଟ ସମୟ ହେଉଛି ଶୀତଦିନ ।

ଅନୁଗୁଳ ଜିଲ୍ଲାର ଆର୍ଥିକ ବ୍ୟବସ୍ଥାରେ କୃଷି ଏକ ପ୍ରଧାନ ଭୂମିକା ଗ୍ରହଣ କରିଅଛି । ୨୦୦୧ ଜନଗଣନା ଅନୁଯାୟୀ କୃଷି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ୭୦ ଭାଗ ଲୋକଙ୍କୁ ନିଯୁକ୍ତି ଦେଇଛି । ଜିଲ୍ଲାରେ ୨୪୬୪୦୩ ହେକ୍ଟର ଚାଷ ଜମି ରହିଛି । ଯାହାକି ସମୁଦାଯ ଭୌଗୋଳିକ କ୍ଷେତ୍ରର ୩୨.୦୭ ଭାଗ ଖରିଫ ଋତୁରେ ଧାନ , ମକା ,ମଣ୍ଡିଆ , ଡାଲିଜାତୀୟ ଫସଲ ଏବଂ ପନିପରିବା ଇତ୍ୟାଦି ହେଉଛି । ମୁଖ୍ୟ ଫସଲ ଧାନ, ଗହମ, ମକା, ମଟର, ସୂର୍ଯାମୁଖୀ, ରସୁଣ , ଅଦା, ଆଳୁ , ପିଆଜ, ଆଖୁ , ଧନିଆ , ତମାଖୁ ଇତ୍ୟାଦି ଜିଲ୍ଲାର ମୁଖ୍ୟ ରବି ଫସଲ ।

ଗତ ଦଶନ୍ଧି ଅନୁଗୋଳ ଜିଲ୍ଲାର ଶିଳ୍ପ ରୂପରେଖା ସମୃଦ୍ଧ ହେବାର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି । ନାଲକୋ , ଏମ. ସି.ଏଲ , ଏନ. ଟି. ପି. ସି ଏବଂ ଟି. ଟି. ପି. ଏସ ପରି ବହୁ ରାଷ୍ଟ୍ରୀୟତ୍ତ ସଂସ୍ଥା ଏଠାରେ ତାଙ୍କର ଶିଳ୍ପ ସଂସ୍ଥା ଏବଂ କାର୍ଯ୍ୟ।ଳୟ ପ୍ରତିଷ୍ଠା କରିଛନ୍ତି । ତାଳଚେର କୋଇଲାଖଣି ଏକ ମୁଖ୍ୟ କୋଇଲାଖଣି ଯେଉଁଠାରେ ନନକୋକିଂ ଶକ୍ତିସ୍ତର କୋଇଲା ଭରି ରହିଛି । ଏଠାରେ ଯାନ୍ତ୍ରିକ ୟୁନିଟ , ଧାନକଳ , ହୋଟେଲ , ଫ୍ଲାଏ ଆଶ , ଇଟାଭାଟି , ଷ୍ଟୋନ କ୍ରସର , ମରାମତି ୟୁନିଟ , ପାଉରୁଟି ଓ ବିସ୍କୁଟ ଫ୍ୟାକ୍ଟ୍ରି , ଟାୟାର ରିଟ୍ରେଡିଂ ୟୁନିଟ , ଅଟାକଳ , ମସଲା ପେଷା ୟୁନିଟ ଇତ୍ୟାଦି ବିଭିନ୍ନ କ୍ଷୁଦ୍ର ଶିଳ୍ପ ଗତି ଉଠିଛି । ତୋକ୍ରା କଷ୍ଟିଂ, ଟେରାକୋଟା, କାଠ ଖୋଦେଇ, ବୟନଶିଳ୍ପ ଏବଂ କୋମଳ ଖେଳନା ଆଦି ବିଭିନ୍ନ ହସ୍ତଶିଳ୍ପ ଏବଂ କାରିଗରୀ ଜିଲ୍ଲାର ରାଜସ୍ବ ବଢାଇବାରେ ସହାୟକ ହୋଇଛି । ଜିଲ୍ଲାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ବିଭିନ୍ନ ଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟପାଇଁ ଉଦ୍ୟୋଗପତି ପ୍ରୋତ୍ସାହନ ଦେଇଥାଏ ।

ଅନୁଗୁଳ ଜିଲ୍ଲାରେ ମୋଟ ୪,୦୯,୨୯୦ ଜଣ ଶିକ୍ଷିତ ପୁରୁଷ ଓ ୨,୬୨,୧୭୩ ଜଣ ଶିକ୍ଷିତ ମହିଳା ଅଛନ୍ତି । ଜିଲ୍ଲାରେ ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନ ରହିଛି । ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ , ଅନୁଗୋଳ ମହିଳା ମହାବିଦ୍ୟାଳୟ ଏବଂ ତାଳଚେର କଲେଜ ଆଦି ଜିଲ୍ଲାର ମୁଖ୍ୟ ଶିକ୍ଷ୍ୟ।ନୁଷ୍ଟାନ । ପୋଲିସ ଟ୍ରେନିଂ କଲେଜ (ପି .ଟି. ସି) , ଫରେଷ୍ଟ ରେଞ୍ଜରସ କଲେଜ ଏବଂ ବହୁ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ (ଆ. ଟି. ଆଇ.) ରହିଛି ଯାହାକି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମାନର ଶିକ୍ଷ। ଓ ତାଲିମ ପ୍ରଦାନ କରିଥାଆନ୍ତି । ଯେଉଁମାନେ ଶିକ୍ଷ।ର ସୁବିଧା ପାଇପାରୁନାହାନ୍ତି , ସେମାନଙ୍କ ନିକଟରେ ଶିକ୍ଷା ପହଞ୍ଚାଇବ। ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଯଥା :- ସର୍ବ ଶିକ୍ଷା ଅଭିଯାନ , ସମ୍ପୂର୍ଣ ସାକ୍ଷରତା ଅଭିଯାନ , ସାକ୍ଷରତା ପରବର୍ତ୍ତୀ ଅଭିଯାନ , ନିରନ୍ତର ଶିକ୍ଷା ଯୋଜନା , ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଆଦି କାର୍ଯ୍ଯକାରୀ ହେଉଛି ।

ଅନୁଗୁଳ ଜିଲ୍ଲା ଯାନିଯାତ୍ରା ରେ ଖୁବ ଉନ୍ନତି । ଲକ୍ଷ୍ମୀପୂଜାରେ ପ୍ରାୟ ୩୦ଟି ରୁ ଅଧିକା ମେଢ କରାଯାଇଥାଏ । କୁମାରପୁର୍ଣିମା ଠ।ରୁ ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ଚାଲେ । ତାଳଚେର ର ଗଣେଷ ପୂଜା ଜିଲ୍ଲାର ଏକ ମୁଖ୍ୟ ଆକର୍ଷଣୀୟ ଉତ୍ସବ । ଏହି ପୂଜା ସମୟରେ ତାଳଚେରରେ ପ୍ରାୟ ୩୫ ଟି ପେଣ୍ଡାଲରେ ଗଣେଷ ପୂଜା ପାଆନ୍ତି । ଏହି ସମୟରେ ପ୍ରାୟ ଦୁଇ ସପ୍ତାହ ଧରି ଏହି ଉତ୍ସବ ପାଳିତ ହୋଇଥାଏ । ଆମ୍ବ ନୂଆ , ରଜ , ଗହ୍ମ। ପୁର୍ଣିମା ଏବଂ ପୌଷ ପୁର୍ଣିମା ଆଦି ପର୍ବ ଲୋକମାନେ ଖୁବ ଆଗ୍ରହ ସହକାରେ ପାଳନ କରିଥାନ୍ତି । ଅନୁଗୁଳ ଜିଲ୍ଲାରେ ପାଳିତ ହେଉଥିବା ପର୍ବପର୍ବାଣୀ ଏହି ଜିଲ୍ଲା ସଂସ୍କୃତିର ସ୍ପଷ୍ଟ ଚିତ୍ର ଦେଇଥାଏ ।