କୋଶଳା ରାମଚଣ୍ଡୀ
ଏହି ଗ୍ରାମଟି ଅନୁଗୋଳ ଠାରୁ ବାଗେଡିଆ ରାସ୍ତାରେ ୨୮ କି.ମି ଦୂରରେ ଅବସ୍ଥିତ । ଏହି ଗ୍ରାମଟି ଦେବୀ ରାମଚଣ୍ଡୀଙ୍କର ପବିତ୍ର ପୀଠ ଭାବରେ ଉତ୍ସଗ୍ରୀକୃତ । ବିଶ୍ଵାସ କରାଯାଏ ସେ ମହଶକ୍ତିର ଅଧିକାରିଣୀ । ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟ ନାରୀ ମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ଵାସ ଅଛି । ପୁରାତନ ମନ୍ଦିରର ମୂଳଦୁଆ ନିକଟରେ ଏକ ଭାବ୍ୟ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା । ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟା ଦିନରେ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ । ଜୁଲାଇ ରୁ ଅଗଷ୍ଟ ମଧ୍ୟରେ ହେଉଥିବା ଏହି ଯାତ୍ରା ରାମଚଣ୍ଡୀ ଯାତ୍ରା ବା କାଦୁଆଳି ଯାତ୍ରା ନାମରେ ପରିଚିତ । ଏହି ଉତ୍ସବ ପ୍ରତ୍ୟକ ବର୍ଷ ପାଳନ କରାଯାଏ ଓ ହଜାର ହଜାର ଭକ୍ତ ଏଥିରେ ଯୋଗ ଦିଅନ୍ତି ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର
ସଡ଼କ ପଥରେ
ଅନୁଗୋଳ ସହରଠାରୁ ୨୮ କି.ମି. ଦୂରରେ ଅବସ୍ଥିତ । ଜିଲ୍ଲା ମୁଖ୍ୟାଳୟ ଠାରୁ ନିୟମିତ ବସ୍ ସେବା ଉପଲବ୍ଧ ଅଟେ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ -ଅନୁଗୋଳ ଷ୍ଟେସନ