ବର୍ଗ : ଧାର୍ମିକ

ଲୋଭୀ ଠାକୁରାଣୀ

ପ୍ରତିବର୍ଷ କାର୍ତ୍ତୀକ ପୂର୍ଣୀମାରେ ଲୋଭୀ ଠାକୁରାଣୀ ଯାତ୍ରା ପାଳନ କରାଯାଏ । ଅନୁଗୋଳ ସହର ଠାରୁ ୧୭ କି॰ମି॰ ଦୂରରେ ଅବସ୍ଥିତ । ଗ୍ରହଶାନ୍ତି ଗ୍ରାମର ଅଧିଯାତ୍ରୀ ଦେବୀ ଲୋଭୀ ଠାକୁରାଣୀ, ଦେବୀ ତାଙ୍କର ଲୋଭୀ ନାମ ପାଇଁ ହିନ୍ଦୁ ଧର୍ମର ଅନ୍ୟ ଦେବା ଓ ଦେବୀ ମାନଙ୍କଠାରୁ ଭିନ୍ନ ଅଟନ୍ତି । ଗ୍ରାମବାସୀଙ୍କ ମତରେ ସାଧାରଣତ୍ତ ଅନ୍ୟ ମାନେ ଏହାକୁ ନକରାତ୍ମକ ଅର୍ଥରେ ନ ନେଇ ବରଂ ସକାରାତ୍ମକ ଭାବେ ନେବା ଉଚିତ । ଯେପରିକି ଭକ୍ତ ପାଇଁ ଲୋଭ, ପୂଜା ପାଇଁ ଲୋଭ ଏବଂ ଅହଂକାରର ପରିସମାପ୍ତି ପାଇଁ ନିଜକୁ ସମର୍ପିତ କରିବା । କାର୍ତ୍ତୀକ ପୂର୍ଣୀମାରେ ଦେବୀଙ୍କର ବାର୍ଷିକ ଉତ୍ସବ ପାଳନ କରଜାଏ । ସେହିଦିନ ଗ୍ରହଶାନ୍ତି ଏବଂ ତୁଳସିପାଳ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଦେବୀକୁ ତୁଳସିପାଳ ଗ୍ରାମରୁ ଏକ ବର୍ଣ।ଢ୍ୟ ଶୋଭାଯାତ୍ରାରେ ଆଲ।ମଘର ଠାରୁ ଆଣି ଗ୍ରହଶାନ୍ତି ଗ୍ରାମର ପିତାସାହି ମନ୍ଦିରରେ ସ୍ଥାପନ କରନ୍ତି । ଏହି ଶୋଭାଯାତ୍ରାରେ ପାଇକ ନାଚ, ବ।ଜା, ଲୋକନୃତ୍ୟ ମୁଖ୍ୟ ଆକର୍ଷଣ ହୋଇଥାଏ । ଏହି ଶୋଭାଯାତ୍ରାରେ ଦେହୁରି ଯିଏକି ଦେବୀଙ୍କର ପୂଜକ ଦେବୀଙ୍କୁ କ।ନ୍ଧରେ ଧରି ଦୀର୍ଘ ୫ କି॰ମି॰ ରାସ୍ତା ଅତିକ୍ରମ କରିଥାଏ ଏବଂ ଭକ୍ତମାନେ ତାଙ୍କୁ ଅନୁସରଣ କରୁଥାନ୍ତି । ଯେତେବେଳେ ସେ ନିର୍ଧାରିତ ସ୍ଥାନରେ ପହଞ୍ଚିଯାଏ ସେହି ସ୍ଥାନଟି ଛୋଟ ଛୋଟଦୋକାନ ମାନଙ୍କଦ୍ଵାରା ପରିପୂର୍ଣ୍ଣ ହୋଇଯାଇଥାଏ ଏବଂ ସେଠାରେ ସେ ଦେବୀଙ୍କର ପବିତ୍ର ପ୍ରତୀକ ଠାରୁ ସ୍ଥାପନ କରି ଲଗାତର ୨ ଦିନ ପୂଜର୍ଛନା କରେ । ବହୁ ସଂଖ୍ୟକ ଭକ୍ତମାନେ ପୂଜା ଏବଂ ଦର୍ଶନ ପାଇଁ ଆସନ୍ତି ।ଏହି ଉପଲକ୍ଷେ କେତେକ ଭକ୍ତ ସେମାନଙ୍କର ମଣ୍ଡନ ମଧ୍ୟ କରିଥାନ୍ତି ଏହି ବିଶ୍ବାସରେ ସେମାନେ ସୁଖୀ ଓ ଦୀର୍ଘାୟୁ ହେବେ । ଏହି ପର୍ବ ୪ ଦିନ ଧରି ପାଳନ କରାଯାଏ ଏବଂ ଶେଷଦିନ ଦେବୀଙ୍କର ପ୍ରତିନିଧିତ୍ଵ କରୁଥିବା ପ୍ରତୀକ ତାଙ୍କର ପୂର୍ବ ବାସସ୍ଥାନରେ ଫେରିଯାଇଥ।ଏ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର

ସଡ଼କ ପଥରେ
ଜିଲ୍ଲା ମୁଖ୍ୟାଳୟ ଠାରୁ ୧୭ କି.ମି. ଦୂରରେ ଅବସ୍ଥିତ । ନିୟମିତ ବସ ସେବା ଉପଲବ୍ଧ ।

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ - ଅନୁଗୋଳ ଷ୍ଟେସନ

ଲୋଭୀ ଠାକୁରାଣୀ , ଲୋଭୀ ଠାକୁରାଣୀ , ଲୋଭୀ ଠାକୁରାଣୀ