ସମସାମୟିକ ଯୁଗର ବ୍ୟକ୍ତିତ୍ୱ ପରି ବହୁମୁଖୀ ପ୍ରତିଭାର ଅଧିକାରୀ, ଆଧୁନିକ ଉତ୍କଳର ସ୍ଥପତି ତଥା ଓଡିଶାର ଏକ ନୂତନ ପ୍ରଭାତର ଅଗ୍ରଦୂତ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଓଡିଆ ସାହିତ୍ୟ ଓ ସଂସ୍କୃତିର ବିକାଶରେ ବିଶେଷ ଅବଦାନ ପାଇଁ ଓଡିଶା ରାଜନୀତିର ଇତିହାସରେ ଡକ୍ଟର ମହତାବଙ୍କ ନାମ ସବୁଦିନ ପାଇଁ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ।